CHILIKA DEVYANGA MANCH Banpur

 ରାଜ୍ଯ ଉପଦେଷ୍ଟା କମିଟିଟ କୁ ଓଡ଼ିଶା ବିକଳାଙ୍ଗ ମଞ୍ଚ ତରଫରୁ ଦିଆଯାଇଥିବା ୧୪ଗୋଟି ଦାବି ଗୁଡିକ ଆପଣ ମାନଙ୍କ ଅବଗତି ନିମନ୍ତେ ନିମ୍ନରେ ପ୍ରଦତ୍ତ କରାଗଲା 

  

1=ଭିନ୍ନକ୍ଷମ ମାନଙ୍କର ଜୀବନ ଜୀବିକା ପାଇଁ ମିଶନ ଶକ୍ତି ଢାଞ୍ଚାରେ ମିଶନ କ୍ଷମତା ରେ ସଂଗଠିତ କରି ଜୀବିକା ଯୋଗାଇଦେବାର ବ୍ଯବସ୍ଥା କରାଯାଉ ଏହା ସହ ବ୍ୟାପକ ପ୍ରଚାର ପ୍ରସାର କରାଯାଉ । 

2=ଭିନ୍ନକ୍ଷମ ମାନଙ୍କୁ ମିଲୁ ଥିବା ପେନସନ କୁ ଭୀମଭୋଇ ଭିନ୍ନକ୍ଷମ ପେନସନ ନାମରେ ନାମାଙ୍କିତ କରି ଓ ବର୍ତ୍ତମାନର ଭତାକୁ ବର୍ଦ୍ଧିତ କରି ପ୍ରଦାନ କରାଯାଉ । 

3=ଭିନ୍ନକ୍ଷମ ଅଧିକାର ଅଧିନିୟମ 2016 ଧାରା 36 ଅନୁଯାୟୀ ଅତିମାତ୍ରାରେ ଥିବା ଭିନ୍ନକ୍ଷମ ଵ୍ଯକ୍ତି ମାନଙ୍କ ପାଇଁ ଜୀବନ ଜୀବିକାର ସୁରକ୍ଷା ପାଇଁ 1=35କିଲୋ ଚାଉଳ ର ସୁନିଶ୍ଚିତ ବ୍ଯବସ୍ଥା,2=ଭିନ୍ନକ୍ଷମ ପେନସନ 2 ଗୁଣା ବର୍ଦ୍ଧିତ ହାରରେ ପ୍ରଦାନ କରାଯାଉ। 

3=ସେମାନଙ୍କୁ ସହାୟତା ବା ସହଯୋଗ କରିବା ନିମନ୍ତେ ସହାୟକ ର ବ୍ଯବସ୍ଥା କରାଯାଉ। 

4=ସମସ୍ତ ଯୋଗ୍ୟ ଭିନ୍ନକ୍ଷମ ଵ୍ଯକ୍ତି ମାନଙ୍କୁ ପ୍ରଧନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉ 

5= ଭିନ୍ନକ୍ଷମ ବ୍ଯକ୍ତି ମାନଙ୍କ ପାଇଁ ଥିବା ବସୁନ୍ଧରା ଯୋଜନା ଓ ସରକାରଙ୍କ ପତ୍ରାଙ୍କ ୦୦୧୫/ ୨୦୧୮/ ୨୮୬୫୮ ଅନୁଯାୟୀ ପ୍ରେତ୍ୟକ ପଞ୍ଚାୟତରେ ଏହା ଘୋଷଣା କରାଯାୟୀ ଭୂମିହୀନ ଭିନ୍ନକ୍ଷମ ବ୍ଯକ୍ତି ମାନଙ୍କୁ ଘରଡିହ ଜାଗା ଯୋଗାଇ ଦିଆଯିବାର ବ୍ଯବସ୍ଥା କରାଯାଉ  । 

6=1996 ଠାରୁ 18/4/2017ପର୍ଯ୍ୟନ୍ତ ଦିଆଯାଇଥିବା ସମସ୍ତ ପ୍ରକାର ନିଯୁକ୍ତି ରେ 3% ଓ 19/04/2017 ଠାରୁ RPD act ଅନୁଯାୟୀ 4% ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସଂଗ୍ରକ୍ଷିତ ସ୍ଥାନ ଯାହା ଅଦ୍ୟବଧି ପୂରଣ ହୋଇ ନାହିଁ ସେହିସବୁ ପଦବୀ ଗୁଡିକ ପିଛିଲା ଭାବେ ଗଣନା କରା ଯାଇ ପୂରଣ କରିବା ପାଇଁ ବ୍ଯବସ୍ଥା କରାଯାଉ। 

ଏଥି ସମ୍ବନ୍ଧରେ ଉଚ୍ଚତମ ନ୍ୟାୟାଳୟ (ସୁପ୍ରୀମ କୋର୍ଟ) 8/10/2013 ମସିହାରେ କେନ୍ଦ୍ର ଓ ସମସ୍ତ ରାଜ୍ୟ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ଖାଲି ଥିବା 4% ସ୍ତାନକୁ ଆସନ୍ତା 6ମାସ ମଧ୍ୟରେ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ପ୍ରକାଶ ଥାଉକି କେନ୍ଦ୍ର ସରକାର ଖାଲି ଥିବା ପଦପି ପୂରଣ ନିମନ୍ତେ 2016 ଓ 2023 ମସିହାରେ 2ଟି ନିର୍ଦେଶ ନାମା ପ୍ରକାଶ କହିଛନ୍ତି ଉକ୍ତ ମେମୋରେଣ୍ଡମ୍ ଅନୁଯାୟୀ ଓଡ଼ିଶା ସରକାର ଖାଲି ଥିବା ପଦବୀକୁ ତୁରନ୍ତ ପୂରଣ କରାଯାଉ । 

7=ସମସ୍ତ ଦୃଷ୍ଟି ବାଧିତ୍ ଓ ବାକ୍ ଓ ଶ୍ରବଣ ବାଧିତ ବ୍ଯକ୍ତି ମାନଙ୍କୁ ଏକ ଆଧୁନିକ ସହାୟକ ଉପକରଣ ରୂପେ ସ୍ମାଟ ଫୋନ୍ ଯୋଗାଇ ଦେବା ପାଇଁ ବ୍ଯବସ୍ଥା କରାଯାଉ। 

8=ଯୋଗ୍ୟ ଶାରୀରିକ ଭିନ୍ନକ୍ଷମ ବ୍ଯକ୍ତି ମାନଙ୍କୁ ତିନି ଚକିଆ ପେଟ୍ରୋଲ ବା ବ୍ଯାଟାରି ସ୍କୁଟି ପଦାନ କରାଯାଉ । 

9=ବଞ୍ଚିତ ଭିନ୍ନକ୍ଷମ ଓ ଭିନ୍ନକ୍ଷମ ସରକାରୀ କର୍ମଚାରି ମାନଙ୍କୁ ନବୀନ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରେ ସାମିଲ୍ କରାଯାଉ। 

(ପ୍ରକାଶ ଥାଉ କି ଭିନ୍ନକ୍ଷମ ମାନଙ୍କୁ ସ୍ୱାସ୍ଥ୍ୟ ବିମା କମ୍ପାନୀ ମାନେ ସାଧାରଣତଃ ଅନ୍ତର୍ଭୁକ୍ତ କରୁନାହାନ୍ତି  ଏଣୁ ଭିନ୍ନକ୍ଷମ ବ୍ଯକ୍ତି ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା କୁ ଆଖି ଆଗରେ ରଖି କାର୍ଯ୍ୟ କରାଯାଉ। 

10=ଭିନ୍ନକ୍ଷମ ମାନଙ୍କ ପାଇଁ ସମସ୍ତ ବେସରକାରୀ ବସ ରେ ଯାତାୟତ ଏକ ଅବ୍ଯବସ୍ଥା ହୋଇ ଯାଇଛି। ଭିନ୍ନକ୍ଷମ ମାନଙ୍କୁ ବସରେ ନେବା ଦୂରର କଥା ଦେଖିଲେ ବସ ଅଟକାଉ ନାହାନ୍ତି କେହି ଯଦି କଷ୍ଟେ ମାଷ୍ଟେ ଚଢ଼ି ଯାଏ ତେବେ ଅନେକ ଶାରିରୀକ ଓ ମାନସିକ ପ୍ରତାରଣା ର ଶିକାର ହୋଇ ଥାଏ ଏଣୁ ଅନୁରୋଧ ଘରୋଇ ବସ ଗୁଡ଼ିକରେ  ବସ୍ ପାସ ବ୍ଯବସ୍ଥାର ଠିକ୍ ରୂପେ କାର୍ଯ୍ୟ କାରି କରିବା ନିମନ୍ତେ ସ୍ପଷ୍ଟ ନିର୍ଦ୍ଦେଶ ନାମା ଜାରି କାରା ଯାଉ।

11= ସର୍ବୋଚ୍ଚ ନ୍ଯାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରେତ୍ୟକ ସ୍କୁଲରେ ଭିନ୍ନକ୍ଷମ ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ସୁଗମ ଗମନାଗମନ ସହିତ ଉନ୍ନତ ମାନର ଶିକ୍ଷା ପାଇଁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ , ଶିକ୍ଷୟତ୍ରୀ ନିଯୁକ୍ତି କରାଯାଉ। 

12= ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ କରାଯାଉଥିବା ନିର୍ଦ୍ଦେଶନାମା କିମ୍ବା ମାର୍ଗଦର୍ଶୀକାକୁ ତତ୍ ସଂଲଗ୍ନ ବିଭାଗ ସହିତ ସମନ୍ବୟ ରକ୍ଷାକରି ଉକ୍ତ ବିଭାଗର ଅନୁମୋଦନ କ୍ରମେ ନିର୍ଦେଶନାମା କିମ୍ବା ମାର୍ଗଦର୍ଶୀକାକୁ ଜାରିକରାଯାଉ  । 

13= RPD act - 2016 ଅନୁଯାୟୀ ଭିନ୍ନକ୍ଷମ ମାନଙ୍କ ପ୍ରକାର ଭେଦ ଅନୁସାରେ ପ୍ରେତ୍ୟକ ପ୍ରକାର ଭିନ୍ନକ୍ଷମଙ୍କୁ ମେଡିକାଲ ବୋର୍ଡରେ ଭିନ୍ନକ୍ଷମ ପ୍ରମାଣପତ୍ର ସହ udid  ଯୋଗାଇବାର ସୁବ୍ଯବସ୍ଥା କରାଯାଉ  

୧୪- ପରିବାର ମଙ୍ଗଳ ଯୋଜନାରେ ଯଦି ପରିବାରର ମୁଖ୍ଯ ଜଣେ ଭିନ୍ନକ୍ଷମ ହୋଇଥାନ୍ତି  ତେବେ ତାଙ୍କର ଯଦି ମ୍ରୁତ୍ୟୁ ହୋଇଯାଏ ତେବେ ଉକ୍ତ ଭିନ୍ନକ୍ଷମ ପରିବାରକୁ ଉକ୍ତ ଯୋଜନାରେ ଦିଆଯାଉଥିବା ୨୦,୦୦୦ଟଙ୍କା ବଦଳରେ ୧ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ । ସେହପରି ବିଜୁସ୍ବାସ୍ଯ  ଯୋଜନାରେ ଭିନ୍ନକ୍ଷମ ମାନଙ୍କ ପାଇଁ ୨୦ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ବେନିଫିଟ ଦିଆଯାଉ 

      ଏହିଭଳି ଭାବରେ ଆମର ମଞ୍ଚ ତରଫରୁ ଡିମାଣ୍ଡ ଦିଆଯାଇ ଆଲୋଚନା କରାଯାଉଅଛି।