ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯୋଗ ଶିବିର ଅନୁଷ୍ଠିତ ଚିଲିକା/ବାଣପୁର ।୨୪/୧୧(କଳିଙ୍ଗ ଫୋକୋସ) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯୋଗ ଶିବିର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଖୋର୍ଦ୍ଧା ଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଭକୁ ଶିବିରରେ ଅସ୍ଥିଶଲ୍ୟ, ମାନସିକ ବିକାର ଗ୍ରସ୍ତ, ଦୃଷ୍ଟି ବାଧୀତ, ଶ୍ରବଣ ବାଧୀତ ଭଳି ୪ଗୋଟି ବିଭାଗରେ ଡାଃ ଡି କେ ଶତପଥୀ ଅସ୍ଥିଶଲ୍ୟ ବିଶେଷଜ୍ଞ, ଡାଃ ମମତା ରାଣୀ ନାୟକ ଚକ୍ଷୁରୋଗ ବିଶେଷଜ୍ଞ, ଡାଃ ସୁରଜ ନାୟକ ଇ ଏନ୍ ଟି ବିଶେଷଜ୍ଞ, ହାଃ ଏସ ଜେ କେ ଦେଓ ମାନସିକ ରୋଗ ବିଶେଷଜ୍ଞ ଉପସ୍ଥିତ ରହି ସମସ୍ତ ହିତାଧୂକାରୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ।ଏହି ଶିବିରରେ ମୋଟ୍ ୩୦୫ ଜଣ ଭିନ୍ନକ୍ଷମ ହିତାଧୂକାରୀ ନାମ ପଞ୍ଜିକରଣ କରିଥିବା ବେଳେ ୧୫୮ ଜଣ ଅସ୍ଥିଶଲ୍ୟ ରେ,୫୨ ଜଣ ମାନସିକ ବିକାର ଗ୍ରସ୍ତ ରେ, ୪୨ଜଣ ଦୃଷ୍ଟି ବାଧୂତ ଓ ୬୩ ଜଣ ଶ୍ରବଣ ବାଧୂତ ରେ ପରୀକ୍ଷା କରିଥିଲେ। ଏହି ଶିବିରରେ ବାଣପୁର ପଞ୍ଚାୟତ ସମିତି ଅଧ୍ଯକ୍ଷ ଅମରେନ୍ଦ୍ର ରଣସିଂହ ଓ ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଶୀତଲ ଅଗ୍ରୱାଲଙ୍କ ଦ୍ବାରା ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇ ଥିଲା। ଶିବିରରେ ସମସ୍ତ ଯୋଗ୍ୟ ଭିନ୍ନକ୍ଷମ ହିତାଧୂକାରୀ ମାନେ ଯେପରି ସଠିକ୍ ଭାବେ ସୁଯୋଗ ପାଇ ପାରିବେ ସେଥୁ ପାଇଁ ବିଭାଗୀୟ ଅଧୂକାରୀ ପ୍ରଦୀପ କୁମାର ସର୍ଦାର, ମତ୍ସ୍ୟ ବିଭାଗ ଅଧୂକାରୀ ପର୍ଶୁରାମ ଶବର, ବି ଏସ ଏସ ଓ ଗିରିବାଳା ନାୟକ ଓ ଅନ୍ୟ ବିଭାଗର ଅଧୁକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ। ବାଣପୁର ବ୍ଲକରେ ଭିନ୍ନକ୍ଷମ ମାନଙ୍କର ଟାଙ୍ଗୀ ଚିଲିକା ବାଣପୁର ବ୍ଲକ କୁ ନେଇ ଗଠିତ ଚିଲିକା ଦିବ୍ୟାଙ୍ଗ ମଞ୍ଚର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦଳବେହେରା,ସଭାପତି ଅରକ୍ଷିତ ସେନାପତି, ଉପସଭାପତି ରବିନ୍ଦ୍ର କୁମାର ସାହୁ, କାର୍ତ୍ତିକ ପ୍ରଧାନ, ଦାମୋଦର ବିଶୋଇ, ଜାଗର ବାରିକ, ଲକ୍ଷ୍ମୀଧର ଓ ନିରଞ୍ଜନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପଞ୍ଜୀକୃତ ଦିବ୍ୟାଙ୍ଗ ହିତାଧୂକାରୀ ମାନେ ଯେପରି ସୁବିଧାରେ ଚିହ୍ନଟ ହୋଇ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନ ହେବେ ସେଥ‌ିପାଇଁ ନିଃସ୍ବାର୍ଥପର ଭାବରେ କାର୍ଯ୍ୟ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଚିଲିକାରୁ ଅଶୋକ କୁମାର ପାଇକରାୟଙ୍କ ରିପୋର୍ଟ କଳିଙ୍ଗ ଫୋକୋସ।

 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯୋଗ ଶିବିର ଅନୁଷ୍ଠିତ

ଚିଲିକା/ବାଣପୁର ।୨୪/୧୧(କଳିଙ୍ଗ ଫୋକୋସ) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯୋଗ ଶିବିର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଖୋର୍ଦ୍ଧା ଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଭକୁ ଶିବିରରେ ଅସ୍ଥିଶଲ୍ୟ, ମାନସିକ ବିକାର ଗ୍ରସ୍ତ, ଦୃଷ୍ଟି ବାଧୀତ, ଶ୍ରବଣ ବାଧୀତ ଭଳି ୪ଗୋଟି ବିଭାଗରେ ଡାଃ ଡି କେ ଶତପଥୀ ଅସ୍ଥିଶଲ୍ୟ ବିଶେଷଜ୍ଞ, ଡାଃ ମମତା ରାଣୀ ନାୟକ ଚକ୍ଷୁରୋଗ ବିଶେଷଜ୍ଞ, ଡାଃ ସୁରଜ ନାୟକ ଇ ଏନ୍ ଟି ବିଶେଷଜ୍ଞ, ହାଃ ଏସ ଜେ କେ ଦେଓ ମାନସିକ ରୋଗ ବିଶେଷଜ୍ଞ ଉପସ୍ଥିତ ରହି ସମସ୍ତ ହିତାଧୂକାରୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ।ଏହି ଶିବିରରେ ମୋଟ୍ ୩୦୫ ଜଣ ଭିନ୍ନକ୍ଷମ ହିତାଧୂକାରୀ ନାମ ପଞ୍ଜିକରଣ କରିଥିବା ବେଳେ ୧୫୮ ଜଣ ଅସ୍ଥିଶଲ୍ୟ ରେ,୫୨ ଜଣ ମାନସିକ ବିକାର ଗ୍ରସ୍ତ ରେ, ୪୨ଜଣ ଦୃଷ୍ଟି ବାଧୂତ ଓ ୬୩ ଜଣ ଶ୍ରବଣ ବାଧୂତ ରେ ପରୀକ୍ଷା କରିଥିଲେ। ଏହି ଶିବିରରେ ବାଣପୁର ପଞ୍ଚାୟତ ସମିତି ଅଧ୍ଯକ୍ଷ ଅମରେନ୍ଦ୍ର ରଣସିଂହ ଓ ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଶୀତଲ ଅଗ୍ରୱାଲଙ୍କ ଦ୍ବାରା ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇ ଥିଲା। ଶିବିରରେ ସମସ୍ତ ଯୋଗ୍ୟ ଭିନ୍ନକ୍ଷମ ହିତାଧୂକାରୀ ମାନେ ଯେପରି ସଠିକ୍ ଭାବେ ସୁଯୋଗ ପାଇ ପାରିବେ ସେଥୁ ପାଇଁ ବିଭାଗୀୟ ଅଧୂକାରୀ ପ୍ରଦୀପ କୁମାର ସର୍ଦାର, ମତ୍ସ୍ୟ ବିଭାଗ ଅଧୂକାରୀ ପର୍ଶୁରାମ ଶବର, ବି ଏସ ଏସ ଓ ଗିରିବାଳା ନାୟକ ଓ ଅନ୍ୟ ବିଭାଗର ଅଧୁକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ। ବାଣପୁର ବ୍ଲକରେ ଭିନ୍ନକ୍ଷମ ମାନଙ୍କର ଟାଙ୍ଗୀ ଚିଲିକା ବାଣପୁର ବ୍ଲକ କୁ ନେଇ ଗଠିତ ଚିଲିକା ଦିବ୍ୟାଙ୍ଗ ମଞ୍ଚର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦଳବେହେରା,ସଭାପତି ଅରକ୍ଷିତ ସେନାପତି, ଉପସଭାପତି ରବିନ୍ଦ୍ର କୁମାର ସାହୁ, କାର୍ତ୍ତିକ ପ୍ରଧାନ, ଦାମୋଦର ବିଶୋଇ, ଜାଗର ବାରିକ, ଲକ୍ଷ୍ମୀଧର ଓ ନିରଞ୍ଜନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପଞ୍ଜୀକୃତ ଦିବ୍ୟାଙ୍ଗ ହିତାଧୂକାରୀ ମାନେ ଯେପରି ସୁବିଧାରେ ଚିହ୍ନଟ ହୋଇ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନ ହେବେ ସେଥ‌ିପାଇଁ ନିଃସ୍ବାର୍ଥପର ଭାବରେ କାର୍ଯ୍ୟ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଚିଲିକାରୁ ଅଶୋକ କୁମାର ପାଇକରାୟଙ୍କ ରିପୋର୍ଟ କଳିଙ୍ଗ ଫୋକୋସ।