ବିକାଶ ଅନୁଷ୍ଠାନ ଓ ଏସ ଭି (ନିରନ୍ତର ) ଓଲଟପୁର କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଭିର୍ନକ୍ଷମଙ୍କୁ ବେବ୍ୟହାର ଉପକରଣ ବଣ୍ଟନ

 ବିକାଶ ଅନୁଷ୍ଠାନ ଓ ଏସ ଭି (ନିରନ୍ତର ) ଓଲଟପୁର କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଭିର୍ନକ୍ଷମଙ୍କୁ ବେବ୍ୟହାର ଉପକରଣ ବଣ୍ଟନ

ଗୋପ :-୦୬/୧୦ (କଳିଙ୍ଗ ଫୋକସ) ପୁରୀ ଜିଲ୍ଲାର ଗୋପ ରେ ଥ‌ିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକାଶ ଓ ଓଲଟପୁର ସ୍ଥିତ ଏସ ଭି (ନିରନ୍ତର )କେନ୍ଦ୍ରୀୟ ପ୍ରତିଷ୍ଠାନର ମିଳିତ ସହଯୋଗ ରେ ଭିର୍ନକ୍ଷମ ବ୍ୟକ୍ତି ଙ୍କୁ ହୁଇଲ ଚ୍ୟାୟାର, ଟ୍ରଲି ସାଇକେଲ ଶ୍ରବଣଯନ୍ତ୍ର ଓ ଆଶାବାଡି ଆଦି ୬୭ ଜଣ ଙ୍କୁ ଉପକରଣ ପ୍ରଦାନ କରଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ " ବିକାଶ "ର ପ୍ରତିଷ୍ଠାତା ସଭାପତି ଅଶୋକ ନନ୍ଦ ଙ୍କ ସଭାପତିତ୍ରରେ ଗୋପ ବ୍ଲକ ଉପାଧ୍ଯକ୍ଷ ବନରଞ୍ଜନ ପଟନାୟକ, ଏସ,ଭି (ନିରନ୍ନର) ର ପଦାଅଧ୍ବକାରୀ ମନୋରଞ୍ଜନ ସତପଥ୍, ଶୁଭଶ୍ରୀ ମିଶ୍ର, ଗୋପ ବ୍ଲକ ସାମାଜିକ ସୁରକ୍ଷା ଅଧ୍ବକାରିଣୀ ମମତା ଜେନା, ବିକାଶ ଅନିଷ୍ଠାନର ପୋଗ୍ରାମ ଅଧୁକାରିଣୀ ସୁଷମା ଆରୋରା ଓ ଆଶୁତୋଷ ହୋତା ଭିର୍ନକ୍ଷମ ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ଅଭିଭାବକ ଓ ପିତା ମାତାଙ୍କୁ ଆତ୍ମହରା ନହେବାପାଇଁ ପରାମର୍ଶ ଦେଇଥିଲେ । ସମାଜରେ ଥିବା ପ୍ରତ୍ୟକ ଭିର୍ନକ୍ଷମ ବ୍ୟକ୍ତି ଅକ୍ଷମ ନୁହନ୍ତି ସେମାନେ ସମସ୍ତ କାର୍ଯ୍ୟ କରିପାରିବେ I ଜାତୀୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ଦରକାର | ସାମାଜିକ ସୁରକ୍ଷା ଓ ନିରାପତ୍ତା ସେମାନଙ୍କ ସଶକୁ କରିବା ସମସ୍ତ ନାଗରିକଙ୍କର ଦାୟିତ୍ବ କର୍ଯ୍ୟବ ବୋଲି ମଞ୍ଚାସିନ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏସ ଭି (ନିରନ୍ତର) ଓଲଟପୁରର ପଦାଧୁକାରୀ ମାନେ ଭିର୍ନକ୍ଷମ ବ୍ୟକ୍ତି ମାନଙ୍କୁ ଚିହ୍ନଟକରି ସେମାନଙ୍କୁ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ମାଗଣାରେ ଭାରତ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।