ଆରସିଆଇ ପଞ୍ଜିକୃତ ବିନା ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦେବା ଦଣ୍ଡନୀୟ ଅପରାଧ’

 ଆରସିଆଇ ପଞ୍ଜିକୃତ ବିନା ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦେବା ଦଣ୍ଡନୀୟ ଅପରାଧ’


କଳାହାଣ୍ଡି (ଅମୃତ ମିଡ଼ିଆ) : ସାମାଜିକ ନ୍ୟାୟ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରଣାଳୟ ଓ ଭାରତ ପୁନର୍ବାସ ପରିଷଦ ମିଳିତ ଆନୁକୁଲ୍ୟରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କୁ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପରିଚାଳିତ ହେଉଅଛି । ଭାରତରେ ଶିକ୍ଷାବର୍ଷ ୨୦୨୧-୨୦୨୨ ୟୁଡ଼ିଆଇସ୍‌ ରିପୋର୍ଟ ଅନୁଯାଇ ଓଡ଼ିଶାରେ ୧ ଲକ୍ଷ ୪୬ ହଜାର ୨୬୪ ଭିନ୍ନକ୍ଷମ ବିଦ୍ୟାର୍ଥୀ ସରକାରୀ ସ୍କୁଲରେ ପଢୁଛନ୍ତି । ଏମାନଙ୍କୁ ଶିକ୍ଷାଦାନ ପାଇଁ ମାତ୍ର ୧୮ ଶହ ସ୍ଵତନ୍ତ୍ର ଶିକ୍ଷକ ଅଛନ୍ତି। ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ଶିକ୍ଷା ଏକ ଗୁରୁତ୍ବପୂର୍ଣ ବିଷୟ । ଏଥ‌ିପାଇଁ ସାମାଜିକ ନ୍ୟାୟ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରଣାଳୟ ଓ ଭାରତ ପୁନର୍ବାସ ପରିଷଦ ବିଭିନ୍ନ ପ୍ରକାର ପଦ୍ଧତି ଅଭିଲମ୍ବନ କରୁଛନ୍ତି । ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ଶିକ୍ଷା ଦେବା ପାଇଁ ସ୍ଵତନ୍ତ୍ର ଶିକ୍ଷା ରଖାଯାଇଛି।


ଯାହା ୨ବର୍ଷ ସ୍ଵତନ୍ତ୍ର ଡିପ୍ଲୋମା, ବି.ଇଡି ଓ ବିଭିନ୍ନ ପ୍ରକାର କୋର୍ସ ଚାଲୁଅଛି। ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଅଧିକାର ଅଧ୍ୱନିୟମ ୨୦୧୬ ଆଇନ ଅନୁଯାୟୀ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷକ ରହିବା ବାଧ୍ୟତାମୂଳକ କରାଯାଇଛି। ଶିଶୁ ଶିକ୍ଷା ଅଧିକାର ଅଧ୍ଵନିୟମ ୨୦୦୯ ଆଇନ ଅନୁସାରେ ପ୍ରାଇମେରୀ ସ୍କୁଲରେ ୧୦ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ଜଣେ ସ୍ଵତନ୍ତ୍ର ଶିକ୍ଷକ ଓ ଉପର ପ୍ରାଇମେରୀ, ସେକେଣ୍ଡାରୀ ସ୍କୁଲରେ ୧୫ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ଜଣେ ସ୍ଵତନ୍ତ୍ର ଶିକ୍ଷକ ବାଧ୍ୟତାମୂଳକ ରଖାଯାଇଛି । ଯଦି ସ୍କୁଲରେ ଗୋଟିଏ ବି ଭିନ୍ନକ୍ଷମ ବିଦ୍ୟାର୍ଥୀ ଥାଏ ସେଠି ଜଣେ ସ୍ଵତନ୍ତ୍ର ଶିକ୍ଷକ ରହିବା ବାଧ୍ୟତାମୂଳକ ଅଟେ। ଗୋଟିଏ ସ୍କୁଲ ସର୍ବ ନିମ୍ନ ଗୋଟିଏ ସ୍ୱତନ୍ତ୍ର ଶିକ୍ଷକ ରହିବା ବାଧ୍ୟତାମୂଳକ ଅଟେ । ଭାରତ


ପୁନର୍ବାସ ପରିଷଦ ନୂଆଁ ଦିଲ୍ଲୀ ତରଫରୁ ଏକ ଆଇନଗତ ଚେତାବନୀ ଜାରି କରିଛି । ଯଦି କେହି ଶିକ୍ଷକ ଆ. ସି. ଆଇ ସାର୍ଟିଫିକେଟ ବିନା ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ ଦେଉଥିବାର ସୂଚନା ମିଳେ କିମ୍ବା କେହି ଅଭିଭାବକ ଅଭିଯୋଗ କରନ୍ତି ତେବେ ସେହି ଶିକ୍ଷକ ଓ ଅନୁଷ୍ଠାନ ଉପରେ ଆ. ସି. ଆଇ ଆକ୍ଟ ନମ୍ବର ୩୪ ୧୯୯୨ ୟୁ/ଏସ ୧୩ (୩) ଆଇନ ଅନୁଯାୟୀ ଏଫ୍ ଆଇ ଆର ପଞ୍ଜୀକୃତ କରି ଏକ ବର୍ଷ ଜେଲ ଶହ ଏକ ହଜାର ଟଙ୍କା ଜୋରିମାନାର ଦଣ୍ଡ ବିଧାନ ରହିଛି। ଭାରତ ପୁନର୍ବାସ ପରିଷଦ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯଦି କୌଣସି ଶିକ୍ଷକ, ସ୍କୁଲ ଅନୁଷ୍ଠାନ ଏହି ନିୟମକୁ ଉଲଙ୍ଘନ କଲେ ଆମ ପାଖକୁ ସମସ୍ତ ପ୍ରମାଣ ସହ ଇମେଲ ଫ୍ୟାକ୍ସ, ଚିଠି ମାଧ୍ୟମରେ ପଠାନ୍ତୁ ।